ବାବା ମଧୁସୂଦନଙ୍କ ଆତ୍ମ ଜୀବନୀ

କଟକ ଜିଲ୍ଲା (ଅବିଭକ୍ତ) ଅନ୍ତର୍ଗତ ଜଗତସିଂହପୁର ସନ୍ନିକଟ ପୂଣ୍ୟତୋୟI ନନ୍ଦIବ୍ରତ ନଦୀ କୁଳରେ 1919 ମସିହା ଜ୍ୟୋଷ୍ଠ ଶୁକ୍ଳ ଚମ୍ପକ ଦ୍ୱାଦଶୀ ତିଥିରେ ପିତା ରାଜୀବ ଲୋଚନ ଓ ମାତା ରାଧାମଣିଙ୍କ କୋଳମଣ୍ଡନ କରି ବାବା ମଧୂସୁଧନ ଜନ୍ମଲାଭ କରିଥିଲେI I ପଠନ ଓ ତାହାର ଗୂଢତତ୍ତ୍ୱ ଜାଣିବା ପରେ ଅପାତତଃ ସଂସାର ପ୍ରତି ଉଦାସୀନ ହେବାକୁ ଲାଗିଲେI ଏକଦା ନିଜ ଘର ସମ୍ମୁଖରେ ଥିବା ଭାଗବତ ଗୃହର ପିଣ୍ଡାରେ ଗୀତା ପଠନ କରୁଥିବା ସମୟରେ ଜଣେ ଗୃହୀ ସନ୍ୟାସୀ ବିନୋଦ ବାବା ଭିକ୍ଷା ଉଦ୍ଦେଶ୍ୟରେ ଆସି ପହଞ୍ଚି କହିଲେ "ୟାକୁ ଶୋଷ କରୁଛି, ଇୟେ ପାଣି ପିଇବI ବାଳକ ମଧୁକୁ ପଚାରିଲେ ତୁ ଗୀତା ଓଲଟାଇଲୁଣିI ଗୀତକୁ ଓଲଟାଇଲେ ତାଗୀ ବା ତ୍ୟାଗୀ ଅର୍ଥାତ ସର୍ବରମ୍ଭ ପରିତ୍ୟାଗୀ ହେଲେ ଯାଇ ଗୀତା ତତ୍ତ୍ୱ ବୁଝିପାରିବI ଏହିପରି ବହୁନିଗୁଢ ତତ୍ତ୍ୱ କଥା ବିନୋଦ ବାବାଙ୍କ ଠାରୁ ଜାଣିବା ପରେ ସେ ତାଙ୍କର ବିରୂପାନଦୀ କୂଳସ୍ଥ ସତସଂଗରେ ଯୋଗ ଦେବାକୁ ଲାଗିଲେ I

ଏଠାରେ ସୂଚନାଯୋଗ୍ୟ ଯେ ମଧୂସୁଧନଙ୍କ ଜନ୍ମର ମାତ୍ର 7 ମାସ ଅନ୍ତେ ଦିନେ ଶିଶୁ ପୁତ୍ରଟି ଶୋଇଥିବା ଅବସ୍ଥାରେ ମାତା ଦେଖିଲେ ଯେ ଏକ ବିରାଟ ନାଗସର୍ପ ବାଳକର ଶଯ୍ୟାକୁ ଆବୋରି ଫଣା ଟେକି ରହିଛିI ମାତା ରାଧାମଣୀଙ୍କ ଆକୁଳ ଡାକରେ ପାଖ ପଡୋଶୀ ସମସ୍ତେ ଆସି ରୁଣ୍ଡ ହେଲେ ମାତ୍ର କାହାକୁ କିଛି ବୁଦ୍ଧି ଦେଖାଗଲା ନାହିଁI ପରିଶେଷରେ ପୁତ୍ରର ଜୀବନ ରକ୍ଷା ପାଇଁ ନିଜର ଗୃହଦେବତା ଲକ୍ଷ୍ମୀନାରାୟଣଙ୍କୁ ବଳପୁତ୍ରକୁ ମନେମନେ ଟେକିଦେଇ ବାବାଜୀ କରିଦେବାର ସଂକଳ୍ପ କରି ପାଣି ଛଡାଇ ଦେଲେI ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ସର୍ପଟି ବାଳକର ଶଯ୍ୟା ଛାଡି ନିଶଦ୍ଧରେ ପଳାୟନ କଲା I

ବାବା ମଧୁସୂଦନ ସନ୍ୟାସୀ ହେବେ ଏହା ଥିଲା ବିଧି ନିର୍ଦ୍ଧିଷ୍ଟ I ଏହି ଯୋଗଜନ୍ମାଙ୍କ ଧରାବତରଣ ସମ୍ପର୍କେ 500 ବର୍ଷ ପୂର୍ବରୁ ମହାପୁରୁଷ ଅଚ୍ୟୁତାନନ୍ଦ ତାଙ୍କ ଲିଖିତ ବିଭିନ୍ନ ଗ୍ରନ୍ଥରେ ସୂଚନା ଦେଇଥିଲେ I



ବାବାଙ୍କ ଉପଦେଶ ଓ ବାଣୀ

ସମସ୍ତଙ୍କ ର ଗୋଟିଏ ଧର୍ମ ସତ୍ୟ ଶାଶ୍ୱତ ସାମ୍ୟ ପ୍ରେମ ସମସ୍ତଙ୍କ ର ଗୁରୁ ଗୋଟିଏ ଆତ୍ମା ଅଟଇ ତାଙ୍କରି ନାମ

ସହିଷ୍ଣୁ,ସଂଯମ,ସାହସ ,ସୁକର୍ମ, ସଦାନନ୍ଦ,ସାମ୍ୟ ଭାବ ସତ୍ଚିନ୍ତା,ସ୍ୱଧର୍ମ,ସତ୍ସଙ୍ଗ, ଏ ମାନ ଜୀବର ଶ୍ରେଷ୍ଠ କର୍ତ୍ତବ୍ୟ

ଜୀବନର ପ୍ରଧାନ ଲକ୍ଷ୍ୟ-ପରମାତ୍ମା ଉପଲବ୍ଧି,ନିଃସ୍ୱାର୍ଥପର ଲୋକସେବା ଓ ଦେଶର କଲ୍ୟାଣ ସାଧନ

ଏକ ପ୍ରଭୁ ନାନା ନାମ ବହିଣ ଅଛନ୍ତି ଜଳକୁ ଯେସନେ ନୀର,ପାଣି ବୋଲୁଥାନ୍ତି ସେହି କୃଷ୍ଣ,ଖ୍ରୀଷ୍ଟ,ରହିମ୍ ସଗୁଣ ବୋଲାନ୍ତି ନିର୍ଗୁଣ ରୁ ଆସି ପୁଣି ନିର୍ଗୁଣେ ମିଶନ୍ତି

Baba Madhusudan Video Gallery

Baba Madhusudan Photo Gallery

ବାବା ମଧୁସୂଦନଙ୍କ ଲିଖିତ ପୁସ୍ତକାବଳୀ

ବାବା ମଧୁସୂଦନ ଦ୍ୱାରା ପ୍ରତିଷ୍ଠିତ ଶାଖା ଆଶ୍ରମ